କେନ୍ଦୁଝର : କେନ୍ଦୁଝର ସଦର ଥାନା ବନାଯୋଡ଼ି ନିକଟରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ୍ ବ୍ୟାରିକେଡ୍ ପିଟିହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ବଡ଼ବିଲ ଥାନା ଝଡ଼ାଗାଁର ଅକ୍ଷୟ ନାଏକ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକଙ୍କର ପରିଚୟ ମିଳିନାହିଁ । ଉଭୟ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବନାଯୋଡ଼ି ନିକଟରେ ବ୍ୟାରିକେଡକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା ।
BREAKING NEWS
- ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ
- ଆଇସିସି ର୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ
- ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା
- ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ
- ଜିଏସଟି ଆକ୍ଟ ; କେନ୍ଦ୍ରକୁ ଡାଟା ମାଗିଲେ ସୁପ୍ରିମକୋର୍ଟ
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଯବାନ ଆହତ
- ୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି
- ଖାରବେଳ ସ୍ୱାଇଁଙ୍କ ଘୋଷଣା; ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ
- ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ
- ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ