Latest Odisha News

BREAKING NEWS

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ- ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ଗୁରୁବାର ସନ୍ଧ୍ୟା ସମୟରେ ଗହଣା ବ୍ୟବସାୟୀଙ୍କୁ ଦାଣ୍ଡହରିପୁରର ସୁମନ୍ତ ମଲ୍ଲିକ ଗହଣା ପାଇଁ ଫୋନ୍ କରିଥିଲେ । ଏହା ପରେ ଗହଣା ବ୍ୟବସାୟୀ ପ୍ରହଲ୍ଲାଦ ବେହେରା ୫୦ ଗ୍ରାମ୍ ସୁନା ଧରି ଦାଣ୍ଡହରିପୁର ମୁଖେ ଯାଇଥିଲେ । ହେଲେ ବିଳମ୍ବିତ ରାତି ଯାଏ ଘରକୁ ଫେରିନଥିଲେ ପ୍ରହଲ୍ଲାଦ । ଫୋନ୍ ବି ଥିଲା ସ୍ୱିଚ୍ ଅଫ୍ ।

ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ପରିବାର ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରହଲ୍ଲାଦଙ୍କୁ ପାଇନଥିଲେ । ପ୍ରହଲ୍ଲାଦ ନିଖୋଜ ନେଇ ତାଙ୍କ ପତ୍ନୀ ସୋର ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗର ପ୍ରାୟ ୩୦ ଘଣ୍ଟା ମଧ୍ୟରେ ପୋଲିସ ନିଖୋଜ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.