ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ ଆସିଛି । ଆଗକୁ ସେ ଆଇପିଏଲରେ ଓପେନିଂ ବ୍ୟାଟିଂ କରିବାକୁ ଇଚ୍ଛା ରଖିଛନ୍ତି ।
ଗତକାଲି ମ୍ୟାଚ ପରେ ବିରାଟ କହିଥିଲେ, ଚଳିତବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଆଉ କିଛି ମ୍ୟାଚରେ ଓପେନିଂ କରିବେ । ଏପରିକି ଆସନ୍ତା ଆଇପିଏଲରେ ବି ଇନିଂସ ଓପନ୍ କରିବେ ବୋଲି କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି, ପୂର୍ବରୁ ଭିନ୍ନ ଭିନ୍ନ ପୋଜିସନରେ ବ୍ୟାଟିଂ କରିଛନ୍ତି । ଏବେ ସୂର୍ୟ୍ୟକୁମାର ଯାଦବ, ରିଷଭ ପନ୍ଥ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳା ଥିବାରୁ ମିଡିଲ୍ ଅର୍ଡର ବି ଶକ୍ତିଶାଳୀ ।

ଗତକାଲି ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ପ୍ରଥମ ଓ୍ୱିକେଟରେ ରୋହିତ ଶର୍ମା-ବିରାଟ କୋହଲି ୯ ଓଭରରେ ୯୪ରନ୍ କରିଥିଲେ । ଅପରାଜିତ ୮୦ ରନ୍ ହାସଲ କରିଥିଲେ ବିରାଟ । ଲଗାତାର ଲୋକେଶ ରାହୁଲ ଫେଲ ମାରିବା ପରେ ରଣନୀତି ବଦଳାଇଥିଲା ଟିମ୍ ଇଣ୍ଡିଆ । ବିରାଟ-ରୋହିତ ଇନିଂସ ଓପନ୍ କରିଥିବା ବେଳେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ସେହିପରି ବିରାଟ-ରୋହିତଙ୍କ ଓପେନିଂ ବ୍ୟାଟିଂ ନିଷ୍ପତ୍ତିକୁ ତାରିଫ କରିଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.