Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍, ୪ଟି ସ୍ଥାନରେ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ୍)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ପଞ୍ଚାୟତ ଜିଆରଏସଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀ । ଏକକାଳୀନ ଚାରିଟି ସ୍ଥାନରେ ରେଡ୍ ଚାଲିଛି ।

ଘଟଗାଁ ସ୍ଥିତ ବାସଭବନ, ସ୍ୱାମୀଙ୍କର ହୋଟେଲ୍, କାର୍ୟ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । କେନ୍ଦୁଝର ଓ ବାଲେଶ୍ୱର ଭିଜିଲାନ୍ସର ୩ଟି ଟିମ୍ ଚଢାଉରେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.