Latest Odisha News

BREAKING NEWS

କୋଭିଡ୍ ନିୟମ ଉଲଘଂନ ଦର୍ଶାଇ ସିଲ୍ ହେଲା ପେଟ୍ରୋଲ ପମ୍ପ

ସୋନପୁର: ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏଥି ପାଇଁ ରାଜ୍ୟ ସରକାର କରୋନା ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ସୋନପୁରର ଏକ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି ।

ଦୁଇ ଦିନ ତଳେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଥିବା ଦେବଯାନୀ ପେଟ୍ରୋଲ ପମ୍ପ ଉପରେ ଚଢାଉ ବେଳେ ନିୟମ ଉଲଘଂନ ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ୫୦ହଜାର ଟଙ୍କାର ଜୋରିମାନା କରାଯାଇଥିଲା । ତେବେ ଏହି ଟଙ୍କାକୁ ପେଟ୍ରୋଲ ପମ୍ପର ମାଲିକ ପୈଠ ନ କରିବାରୁ ଆଜି ପୁଣିଥିରେ ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର ସଦଳବଳେ ପେଟ୍ରୋଲ ପମ୍ପ ଉପରେ ଚଢାଉ କରିଥିଲେ । ଆଜି ବି ସେଠାରେ କୋଭିଡ ନିୟମ ଉଲଙ୍ଘନ ଦେଖିବାକୁ ମିଳିଥିଲା ।

ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି ।

Leave A Reply

Your email address will not be published.