ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ଓ ବିଜେପିର ପ୍ରମୁଖ ନେତା ଅମିତ ଶାହଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଯାଇଛି । ଆଲୋଚନା କଣ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ଅନୁମାନ କରାଯାଉଛି । ଚାଣକ୍ୟ ଶାହ ଠିକଣା ସମୟରେ ଗୋଟି ଚଳେଇ ଦେଇଛନ୍ତି ବୋଲି ରାଜନୈତି ସମୀକ୍ଷକମାନେ କହିଛନ୍ତି । ଯଦି ଏହା ହୁଏ ତାହାହେଲେ ଶିବସେନା ଏବଂ ଉଦ୍ଧବ ଠାକରେଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିବ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ କେସ୍ ଠାରୁ ଆରମ୍ଭକରି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଚାନ୍ଦା ଆଦାୟ ଅଭିଯୋଗକୁ ବିଜେପି ଭଲ ଭାବେ ଟାର୍ଗେଟ କରିଛି । ଶାହଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ସବୁ କଥା ସର୍ବ ସମ୍ମୁଖରେ କହି ହୁଏ ନାହିଁ ।
Comments are closed.