Latest Odisha News

BREAKING NEWS

ଘରେ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ

ମୟୂରଭଞ୍ଜ : ମୟୂରଭଞ୍ଜ ବଡ଼ସାହି ଥାନା ବଳଭଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ, ନିଆଁରେ ପୋଡ଼ି ହୋଇ ଯୁବତୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ନୂଆ ଚାଳ ଘର କାମ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘରେ କେହି ନଥିବା ବେଳେ ଘରୁ ଜିନିଷ ପତ୍ର କାଢ଼ିବା ସମୟରେ ଯୁବତୀଙ୍କ ଉପରେ ଚାଳ ଘର ଭାଙ୍ଗି ପଡିଥିଲା । ଫଳରେ ନିଆଁ କବଳରୁ ନିଜକୁ ରକ୍ଷା କରି ନପାରି ଯୁବତୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତ ଯୁବତୀ ହେଲେ ବଳଭଦ୍ରପୁର ଗାଁର ଶୁଭ ମହାନ୍ତ । ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Comments are closed.