Latest Odisha News

BREAKING NEWS

୨ SOPଙ୍କ ହତ୍ୟା ମାମଲା: ଜାରି ହେଲା ୩ ଆତଙ୍କବାଦୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ୩୦ ଲକ୍ଷ ଟଙ୍କାର ପୁରସ୍କାର

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଦଚ୍ଛନ ଜଙ୍ଗଲ ଅଞ୍ଚଳରେ ଦୁଇଜଣ ସ୍ୱତନ୍ତ୍ର ପୋଲିସ ଅଧିକାରୀ (Special Police Officers – SPOs) ମୃତ ଅବସ୍ଥାରେ ମିଳିବା ପରେ, କିସ୍ତୱାଡ଼ ପୋଲିସ ତିନିଜଣ ୱାଣ୍ଟେଡ୍ (ଖୋଜା ଚାଲିଥିବା) ଆତଙ୍କବାଦୀଙ୍କ ପାଇଁ ପୋଷ୍ଟର ଜାରି କରିଛି। ପୋଷ୍ଟରରେ ଚିହ୍ନଟ ହୋଇଥିବା ଆତଙ୍କବାଦୀମାନେ ହେଲେ ମହମ୍ମଦ ଅମିନ ଓରଫ୍ ଜାହାଙ୍ଗୀର, ରିୟାଜ ଅହମ୍ମଦ ଓରଫ୍ ହଜାରୀ ଏବଂ ମୁଦାସିର ହୁସେନ୍ ।

ଯେଉଁ ବ୍ୟକ୍ତି ଏମାନଙ୍କ ବିଷୟରେ ନିର୍ଭରଯୋଗ୍ୟ ସଠିକ୍ ସୂଚନା ପ୍ରଦାନ କରିବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ପୋଲିସ କହିଛି । କିସ୍ତୱାଡ଼ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ସର୍ବସାଧାରଣ ସ୍ଥାନରେ ଏହି ପୋଷ୍ଟରଗୁଡ଼ିକ ଲଗାଯାଇଛି। ଦଚ୍ଛନର ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ୪୫ ବର୍ଷୀୟ ରାଶପାଲ କୁମାର ଏବଂ ୫୭ ବର୍ଷୀୟ ବବି ଚାନ୍ଦଙ୍କ ମୃତଦେହ ଉଦ୍ଧାର ହେବାର ଗୋଟିଏ ଦିନ ପରେ ଏହି ଘୋଷଣା କରାଯାଇଛି।

ଉଭୟ ବ୍ୟକ୍ତି କିସ୍ତୱାରର ବାସିନ୍ଦା ଥିଲେ ଏବଂ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଜଙ୍ଗଲ ଅଞ୍ଚଳରେ ଥିବା ଏକ ସେନା ଚୌକି (Army post) ଆଡ଼କୁ ଯାଉଥିବା ବେଳେ ବୁଧବାର ଦିନ ସେମାନେ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଥିଲା। ତଦନ୍ତକାରୀଙ୍କ ମତରେ, ଏହି ଅଞ୍ଚଳରେ ସକ୍ରିୟ ଥିବା ଏକ ଛୋଟ ଆତଙ୍କବାଦୀ ଗୋଷ୍ଠୀ ଏହି ଦୁଇ କର୍ମଚାରୀଙ୍କୁ ଅଟକାଇ, ଅପହରଣ କରି ପରେ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଏହି ଦୁଇଜଣ ବୁଧବାର ଦିନ ଡ୍ୟୁଟି କରିବାକୁ ବାହାରି ଆସିଥିଲାବେଳେ ନିଖୋଜ ହୋଇଯାଇଥିଲେ। ଗତକାଲି ସକାଳେ ସୁରକ୍ଷା ବାହିନୀ କିସ୍ତୱାଡ଼ ଦଚ୍ଛନ ଅଞ୍ଚଳ ଅନ୍ତର୍ଗତ କିୟାର ସେକ୍ଟରରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ସେମାନଙ୍କ ପାଖରେ ଥିବା ସର୍ଭିସ୍ ବନ୍ଧୁକ ମଧ୍ୟ ଗାଏବ୍ ଥିଲା । ଏ ଦୁଇ ଜଣଙ୍କ ହତ୍ୟା ପଛରେ ଆତଙ୍କବାଦୀଙ୍କ ହାତ ଥିବା ପୋଲିସ ସ୍ପଷ୍ଟ କରିଥିଲା ।

 

Leave A Reply

Your email address will not be published.