ଭୁବନେଶ୍ବର : ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୦୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୨ କରୋନା ପଜିଟିଭ୍ । ଏଲେନ୍ ଇନଷ୍ଟିଚ୍ୟୁଟରୁ ୭ ଜଣ ଆକ୍ରାନ୍ତ ଥିବା ବେଳେ, ପଟିଆରେ ଥିବା ଓଡିଏମ ପବ୍ଲିକ ସ୍କୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ବାରେଣ୍ଟାଇନରୁ ଓ ୨୬ ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ଏଲେନ୍ ଇନଷ୍ଟିଚ୍ୟୁଟରୁ ଆଉ ୭ ଆକ୍ରାନ୍ତ ଚିଡ୍ନଟ ପରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ତେବେ ରାଜଧାନୀ ଭୁବନେଶ୍ବରରେ ଳଗାତର ଭାବେ ସଂକ୍ରମଣ ବଢୁଥିବାରୁ ବିଏମସିର ଚିନ୍ତା ବଢ଼ିଛି । ସଂକ୍ରମଣକୁ ରୋକିବାକୁ କଡ଼ା ପଦକ୍ଷେପ ନେବାକୁ କହିଛି ବିଏମସି ।
Comments are closed.