Latest Odisha News

BREAKING NEWS

ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍

ଭବାନୀପାଟଣା : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତା ବି ବଢ଼ିଲାଣି । ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆଜି ଭବାନୀପାଟଣାର ପ୍ରଗତି କଲେଜରେ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ କଳାହାଣ୍ଡି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ସମସ୍ତ କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ପୂର୍ବରୁ ଏଠାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଏବେ ଆଉ ୩୨ ଜଣ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି । ହଷ୍ଟେଲକୁ ସାନିଟାଇଜ୍ କରାଯିବ ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ରବିବାର ଭୁବନେଶ୍ବରର ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଆଇଆଇଟି ଅରୁଗୁଳରେ ୧୦ ଜଣଙ୍କର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.