ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ଟେନେଟ ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଆସିଯାଇଛି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଏହା ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କ ହଲିଉଡ ଡେବ୍ୟୁ ଫିଲ୍ମ।
ଫିଲ୍ମରେ ଡିମ୍ପଲଙ୍କ ଚରିତ୍ର ଏବଂ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା। ଟେନେଟ୍ ମୁଖ୍ୟ ଭୂମିକାରେ ଜନ୍ ଡେଭିଡ୍ ୱାଶିଂଟନ୍ ଏବଂ ରୋବର୍ଟ ପାଟିନ୍ସନ୍ ଅଛନ୍ତି।
ଏହି ଚଳଚ୍ଚିତ୍ରରେ ଡିମ୍ପଲ୍ ପ୍ରିୟା ଭାବରେ ଅଭିନୟ କରିଛନ୍ତି। ଯିଏ ମୁମ୍ବାଇରେ ଅସ୍ତ୍ର କାରବାର କରନ୍ତି ଏବଂ ଗୁପ୍ତଚର ସଂଗଠନ ସହିତ ଜଡିତ ରହିଛନ୍ତି। ଟେନେଟ୍ ଭାରତରେ ୪ ଡିସେମ୍ବରରେ ମୁକ୍ତିଲାଭ କରିଥିଲା।
Comments are closed.