Latest Odisha News

BREAKING NEWS

ସର୍ଜରୀ ପରେ ସୁସ୍ଥ ଅଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି। ନିକଟରେ ତାଙ୍କର ଦିଲ୍ଲୀର AIIMS ହସ୍ପିଟାଲରେ ସଫଳ ବାଇପାସ୍ ସର୍ଜରୀ ହୋଇଛି। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। କୋବିନ୍ଦ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ଦେଉଥିବାବେଳେ ଡାକ୍ତରଙ୍କ ଯତ୍ନ ଯୋଗୁଁ ବାଇପାସ୍ ସର୍ଜରୀ ପରେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

ଏହା ସହ ସେ କହିଛନ୍ତି, ‘ମୁଁ ଭାରତ ତଥା ବିଦେଶର ନାଗରିକ ତଥା ନେତାମାନଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶବ୍ଦରେ ତୁମର ସମସ୍ତଙ୍କର କୃତଜ୍ଞତା ପ୍ରକାଶ କରିବା କଷ୍ଟକର!

Leave A Reply

Your email address will not be published.