Latest Odisha News

BREAKING NEWS

‘ଏପ୍ରିଲ୍ ଫୁଲ୍‌ ଡେ’ରେ ନିଆରା ଢଙ୍ଗରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ‘ଏପ୍ରିଲ୍ ଫୁଲ୍‌ ଡେ’ରେ “କରୋନାଭାଇରସ୍ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ” ବୋଲି ମୁମ୍ବାଇ ପୋଲିସ୍ ଆଜି ଟ୍ୱିଟରରେ ଏକ ନୂଆ ଏବଂ କୌତୁକିଆ ଢଙ୍ଗରେ ଏକ ପୋଷ୍ଟ ସେୟାର୍‌ କରି ଫେସ୍ ମାସ୍କର ମହତ୍ତ୍ବକୁ ନେଇ ସଚେତନତା ସୃଷ୍ଟି କରିଛି। ଗତ କିଛି ସପ୍ତାହରେ ସାରା ଦେଶରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ଘଟିଛି ଏବଂ ମୁମ୍ବାଇ ପୋଲିସ ଚେତାବନୀ ଦେଇଛି ଯେ ‘ନଟ୍‌ ୱିୟରିଙ୍ଗ୍‌ ଫେସ୍‌ ମାସ୍କ ଇଜ୍‌ ଏ କଷ୍ଟ୍‌ଲି ପ୍ରାଙ୍କ୍‌’।

ମୁମ୍ବାଇ ପୋଲିସ୍ ଟ୍ୱିଟରରେ ସେମାନଙ୍କର ନୂତନ ପୋଷ୍ଟରେ ସେୟାର କରିଥିବା ଗ୍ରାଫିକ୍ ରେ ଏକ ଫେସ୍ ମାସ୍କର ଚିତ୍ର ରହିଛି ଏବଂ କ୍ୟାପସନରେ ଲେଖା ଅଛି, “ନଟ୍‌ ୱିୟରିଙ୍ଗ୍‌ ଫେସ୍‌ ମାସ୍କ ଇଜ୍‌ ଏ କଷ୍ଟ୍‌ଲି ପ୍ରାଙ୍କ୍‌’।”

ମୁମ୍ବାଇର ପୋଲିସ କମିଶନରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଥିବା ପୋଷ୍ଟର କ୍ୟାପସନରେ କୁହାଯାଇଛି, “ଭାଇରସ୍ ଦ୍ୱାରା ବୋକା ବନନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ‘ ବୋକା ପ୍ରମାଣିତ ହୁଅନ୍ତୁ ନାହିଁ। ଏହା ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି।

Comments are closed.