Latest Odisha News

BREAKING NEWS

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ୬ ମାସ ଶିଶୁର ଜୀବନ, ଗୁଗଲ୍‌ରେ ସର୍ଚ୍ଚ କରି ଦେଇଥିଲେ ଇଞ୍ଜେକ୍ସନ, ଡାକ୍ତର ଚମ୍ପଟ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଗୁଗୁଲରେ ସର୍ଚ୍ଚ କରି ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ୬ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଚିକିତ୍ସା କରୁଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏନେଇ ଡାକ୍ତରଙ୍କ ବିରୋଧରେ ପ୍ରମାଣ ସହିତ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକ । 

ସୂଚନା ଯୋଗ୍ୟ ପାପଡାହାଣ୍ଡି ବ୍ଲକ ନିଳାବତୀ ଗୁଡା ଗାଁର ପ୍ରଶାନ୍ତ ବିଶୋଇ ଓ ପତ୍ନୀ ଅମ୍ରିତା ବିଶୋଇଙ୍କ ୬ ମାସ ତଳେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ । ଜନ୍ମ ହେବା ପରେ ଅମ୍ରିତା ନିଜ ପୁଅ ଶ୍ରୀଅଂଶ ବିଶୋଇକୁ ନେଇ ନିଜ ବାପା ଘରେ ୬ ମାସ ହେଲା ରହୁଥିଲେ । ହଠାତ୍ ଗତ ମଙ୍ଗଳବାର ରାତିରେ ପୁଅ ଶ୍ରୀଅଂଶର ଦେହ ଖରାପ ହେଲା । ତା ପରଦିନ ବାପା ମାଆ ପୁଅକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଫୋନରେ ଗୁଗୁଲରେ ସର୍ଚ୍ଚ କରି ଇଂଜେକସନ ଲେଖିଥିଲେ । ପରିବାର ଲୋକେ ଇଞ୍ଜେକେସନ ଆଣିଲା ପରେ ଡ୍ୟୁଟିରେ ଥିବା ନର୍ସଙ୍କୁ ଶିଶୁକୁ ଇଞ୍ଜେକ୍ସନ ଦେବା ପାଇଁ ଡାକ୍ତର କହିଥିଲେ । ଇଞ୍ଜେକସନ ଦେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।  

ମୃତ ଶିଶୁର ବାପା ପ୍ରଶାନ୍ତ ବିଶୋଇ କହିଛନ୍ତି, ଆମ ପିଲାକୁ କାଶ ହେଉଥିଲା । ଆମେ ଡାକ୍ତରଖାନା ଆଣିଥିଲୁ । ହେଲେ ଡାକ୍ତର ଜଣକ ଗୁଗଲ୍‌ ଦେଖି ଇଞ୍ଜେକ୍ସନ୍ ଦେଇଦେଲେ । ଯାହାଫଳରେ ସେଇ ଇଞ୍ଜେକସନ ନେଇ ଆମ ପିଲାର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା । 

ଅନ୍ୟପଟେ ଶିଶୁ ମୃତ୍ୟୁ ଖବର ପାଇ ଡାକ୍ତର ଜଣକ କେଉଁଆଡେ ଚମ୍ପଟ ମାରିଛନ୍ତି । ତେବେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଶିଶୁ ମୃତ୍ୟୁକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । 

Leave A Reply

Your email address will not be published.