Latest Odisha News

BREAKING NEWS

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ୱର: ଦିନବେଳା କଟକଣା ଆହୁରି କଡାକଡି ହେବ । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୩ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ କର୍ଫ୍ୟୁ ଲାଗୁ ହେବା ନେଇ ବିଚାର ଚାଲିଛି । 

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏପରି କଠୋର ନିଷ୍ପତ୍ତି ନେଇପାରନ୍ତି ।  ଏନେଇ ବିଚାର ବିମର୍ଶ ଓ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କର୍ଫ୍ୟୁ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ସରକାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିସାରିଲେଣି । 

ଗତକାଲି ୧୦ ଜିଲ୍ଲା​‌ରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ଘୋଷଣା କରାଯାଇଥିଲା । ୧୦ ଜିଲ୍ଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୦ଟାରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁହେବ । ଆସନ୍ତା ୫ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ ।

କରୋନା କଟକଣା ସହ ନିୟମ ପାଳନ କରିବାକୁ ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଦିନ ବେଳା କର୍ଫ୍ୟୁ ଲାଗୁ ନେଇ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଇନାହିଁ ।

Leave A Reply

Your email address will not be published.