Latest Odisha News

BREAKING NEWS

ଏବେ ଚନ୍ଦକା ଅଭୟାରଣ୍ୟରେ ନେଇପାରିବେ ବୋଟିଂ ମଜା

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦକା ହାତୀ ଅଭୟାରଣ୍ୟର ଡେରାସ ଡ୍ୟାମରେ ବୋଟିଂ ସୁବିଧା ଆରମ୍ଭ କରାଯାଇଛି।

ବନ ବିଭାଗ ପକ୍ଷରୁ ଦୀର୍ଘ ଦିନ ଧରି ଏହି ସୁବିଧା ଯୋଗାଇଦେବାକୁ ଯୋଜନା କରାଯାଇଥିଲା ବେଳେ ଏହା ଶନିବାର ଠାରୁ ଆରମ୍ଭ ହୋଇଛି।

ସୂଚନାନୁସାରେ, ଗୋଟିଏ ବୋଟରେ ୯ ଜଣ ପର୍ଯ୍ୟଟକ ବସିବାର କ୍ଷମତା ରହିଛି। ଏମିତିକି ୩୦ ମିନିଟ୍ ପାଇଁ ଡଙ୍ଗା ଚାଳନାର ମଜା ନେବାକୁ ମୁଣ୍ଡ ପିଛା ୧୦୦ ଟଙ୍କା ଆଦାୟ କରାଯିବ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ଡେରାସ୍ ଡ୍ୟାମ୍ ଏକ ପିକନିକ୍ ସ୍ପଟ୍ ଭାବେ ଜଣାଶୁଣା।

Leave A Reply

Your email address will not be published.