ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଛତିଶଗଡ଼ ଗସ୍ତରେ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ । ଏନକାଉଣ୍ଟ ସାଇଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।
ବିଜାପୁର-ସୁକମା ସୀମାନ୍ତରେ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଲା ନିଜେ ଅନୁଧ୍ୟାନ କରିବେ । ଏହାସହ ହସ୍ପିଟାଲରେ ଚିକିତ୍ସାଧୀନ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ଅମିତ ଶାହ ।
ଶୁକ୍ରବାର ରାତିରେ ବିଜାପୁର-ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପାଖାପାଖି ୪ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଯବାନଙ୍କ ଜବାବୀ ହମଲାରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ଆହତ ହୋଇଛନ୍ତି ୧୬ ନକ୍ସଲ । ମାଓବାଦୀମାନେ ଯବାନଙ୍କ ବନ୍ଧୁକ ଓ ଗୁଳି ଲୁଟ୍ କରି ନେଇଛନ୍ତି ।
BREAKING NEWS
- ୪ର୍ଥ ଦିନ ସକାଳ ଅଧିବେଶନ: ସିଆରପିଏଫ୍, ସିଆଇଏସଏଫ୍, ବିଏସଏଫ୍, ମଣିପୁର ବିଜୟୀ
- ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି
- ଜମୁଛି ସାହିଯାତ, ଆଜି ସୀତା ଚୋରି ଲୀଳା….
- କାହିଁକି ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ?
- କାନାଡା ନିର୍ବାଚନ ମଇଦାନରେ ଗୁଜରାଟୀ
- ୨୦୦୮ରୁ ୨୦୨୫: ଭାରତ ହାତରେ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ
- ବିହାର ସୀମାଞ୍ଚଳ ସମୀକରଣ ବଦଳାଇବ କି ଓ୍ବକଫ୍ ଆଇନ ?
- ଉପ- ପ୍ରଧାନମନ୍ତ୍ରୀ ହୁଅନ୍ତୁ ନିତିଶ କୁମାର: ବିଜେପି ନେତା ଅଶ୍ବିନୀ ଚୌବେ
- ଆଜି ମଧ୍ୟ ବେଆଇନ୍ କୋଇଲା ଖଣିରେ ଚଢ଼ାଉ ଜାରି
- ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା: ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ
Comments are closed.