ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଛତିଶଗଡ଼ ଗସ୍ତରେ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ । ଏନକାଉଣ୍ଟ ସାଇଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।
ବିଜାପୁର-ସୁକମା ସୀମାନ୍ତରେ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଲା ନିଜେ ଅନୁଧ୍ୟାନ କରିବେ । ଏହାସହ ହସ୍ପିଟାଲରେ ଚିକିତ୍ସାଧୀନ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ଅମିତ ଶାହ ।

ଶୁକ୍ରବାର ରାତିରେ ବିଜାପୁର-ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପାଖାପାଖି ୪ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଯବାନଙ୍କ ଜବାବୀ ହମଲାରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ଆହତ ହୋଇଛନ୍ତି ୧୬ ନକ୍ସଲ । ମାଓବାଦୀମାନେ ଯବାନଙ୍କ ବନ୍ଧୁକ ଓ ଗୁଳି ଲୁଟ୍ କରି ନେଇଛନ୍ତି ।
BREAKING NEWS
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
- Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…
- ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ
- ଆଇଏଏସ ସ୍ତରରେ ଅଦଳବଦଳ
- ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ; ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ
- ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…
- ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
- MEA replies to Trump’s claim: ଭାରତ କ’ଣ ରୁଷ ତେଲ କିଣିବା ବନ୍ଦ କରିଦେବ? ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସାମ୍ନାକୁ ଆସିଲା ଭାରତ, ରୁଷ୍ ଉଭୟର ପ୍ରତିକ୍ରିୟା…
Comments are closed.