Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, ଦିନକରେ ଲକ୍ଷେ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଧିରେଧିରେ ବଢୁଥିବା ବେଳେ ଆଜି ୧ ଲକ୍ଷ ଟପିଛି ଦୈନିକ ଆକ୍ରାନ୍ତ ମାମଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୦୩ ହଜାର ୫୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି।

 

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୦୬୭କୁ ବୃଦ୍ଧି ପାଇଛି । ସେହିଭଳି ସୁସ୍ଥତାଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।

ତେବେ ଏବେ ଦେଶରେ ୭ ଲକ୍ଷ ୪୧ ହଜାର ୮୩୦ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି । ଏହାବ୍ୟତୀତ ମୋଟ୍ ୭ କୋଟି ୯୧ ଲକ୍ଷ ୦୫ ହଜାର ୧୬୩ ଜଣଙ୍କର ଟିକାକରଣ ହୋଇଛି।

Leave A Reply

Your email address will not be published.