ଭୁବନେଶ୍ୱର: ପଛକୁ ପଛ ପିଟି ହେଲା ଟ୍ରକ୍ । ଭୁବନେଶ୍ୱର ସିଆରପି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଜୟଦେବ ବିହାର ପଟରୁ ଗୋଟିଏ ଟ୍ରକ ବରମୁଣ୍ଡା ଅଭିମୁଖେ ଯାଉଥିଲା । ଏତିକିବେଳେ ସିଆରପି ଓଭରବ୍ରିଜ୍ ଉପରେ ପଛରୁ ଯାଉଥିବା ଆଉ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ଜରିଆରେ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କିଛି ସମୟ ଏହି ରାସ୍ତାରେ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ଗାଡ଼ିମୋଟର ଚଳାଚଳ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.