Latest Odisha News

BREAKING NEWS

ଟିକାର ଘୋର ଅଭାବ: କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍

କୋରାପୁଟ: ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରୁନି । ଟିକା ଅଭାବରୁ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଜିଲ୍ଲାରେ କିଛି ବି ଟିକା ମହଜୁଦ ନାହିଁ । ଫଳରେ ସମସ୍ତ ୮୯ଟି ସେଣ୍ଟରରେ ବନ୍ଦ ରହିଛି ଟିକାକରଣ । ଏହି ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ ମକରନ୍ଦ ବେଉରା ।

ଜିଲ୍ଲାରେ ଦୈନିକ ୬ହଜାର ୫୦୦ ଲୋକଙ୍କୁ ଟିକାକରଣ କରାଯାଉଥିଲା । ଟିକା ନଥିବାରୁ ଏବେ ଟିକାକରଣ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଛତିଶଗଡ଼ରେ ଏବେ ସଂକ୍ରମଣ ବ୍ୟାପୁଥିବାରୁ କୋରାପୁଟ ଜିଲ୍ଲାରେ ବଢୁଛି କେସ୍ । ଏଭଳି ସ୍ଥିତିରେ ଟିକା ଅପେକ୍ଷାରେ ଥିବା ଜିଲ୍ଲାବାସୀଙ୍କୁ ନିରାଶ ହେବାକୁ ପଡ଼ିଛି ।

Leave A Reply

Your email address will not be published.