Latest Odisha News

BREAKING NEWS

ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା; ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ କରୋନାର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା ପୁନଃସ୍ଥିର କରିବାର କୌଣସି ଯୋଜନା ନାହିଁ।

ସେ କହିଛନ୍ତି, “ପୂର୍ବରୁ ଘୋଷିତ ତାରିଖ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ।

ମାଟ୍ରିକ ପରୀକ୍ଷା ମେ ୩ ରୁ ୧୫ ପର୍ଯ୍ୟନ୍ତ ଏବଂ ଏପ୍ରିଲ୍ ୨୮ ରୁ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପ୍ଲସ୍ ୨ ପରୀକ୍ଷା ମେ ୧୮ ରୁ ଜୁନ୍ ୧୨ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ ରୁ ମେ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 

Leave A Reply

Your email address will not be published.