Latest Odisha News

BREAKING NEWS

ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ୧୪୪ ଧାରା

ମୁମ୍ବାଇ : ଦେଶରେ ମହାମାରୀ କରୋନା ଉପରମୁହାଁ । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମର । କିନ୍ତୁ ମହାରାଷ୍ଟ୍ରରେ ନିଦ ହଜାଇଲାଣି ଭୂତାଣୁ । ଭାଇରସର ଭୟାବହତାକୁ ନଜରରେ ରଖି ମହାରାଷ୍ଟ୍ରରେ ଲାଗୁ ହୋଇଛି ବଡ଼ କଟକଣା । ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା । ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିବ । କେବଳ ଜରୁରୀ ସେବାରେ ଥିବା ଲୋକ ସାଧାରଣ ପରିବହନ କରିପାରିବେ । ଆସନ୍ତାକାଲି ଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । କାଲିଠାରୁ ସମଗ୍ର ମହାରାଷ୍ଟ୍ରରେ ବ୍ରେକ୍‌ ଦି ଚେନ୍‌ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଅନୁଯାୟୀ, ଆସନ୍ତାକାଲି ରାତି ୮ଟାରୁ ପୂରା ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ କରାଯିବ । ବିନା କାରଣରେ କେହି ବି ରାସ୍ତାକୁ ବାହାରି ପାରିବେ ନାହିଁ ।

କେବଳ ଜରୁରୀ ସେବା ସକାଳ ୭ଟାରୁ ରାତି ୮ଟା ମଧ୍ୟରେ କରାଯିବ । ଏହି ସମୟରେ ରାସ୍ତା କଡ଼ର ଦୋକାନୀମାନେ ବ୍ୟବସାୟୀ କରିପାରିବେ । ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅଫିସ ଓ ସର୍ବସାଧାରଣ ସ୍ଥାନ ୧୫ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ । କର୍ଫ୍ୟୁ ଲାଗୁ ହେଉଥିବାରୁ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.