Latest Odisha News

BREAKING NEWS

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇର ଦଶମ ପରୀକ୍ଷା ବାତିଲ୍ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ପରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ଓଡ଼ିଶାରେ କୋରନା ସଂକ୍ରମଣ ବଢ଼ୁଥିବା ବେଳେ ଦଶମ ସହ ଦ୍ୱାଦଶ ପରୀକ୍ଷା ନେଇ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ଼ ଘୋଷଣା କରିପାରନ୍ତି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ୍ କରିଥିଲା । ଏଥିସହ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ସିବିଏସଇର ନିଷ୍ପତ୍ତି ପରେ ରାଜ୍ୟ ସରକାର ସେହିଭଳି କିଛି ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

Comments are closed.