Latest Odisha News

BREAKING NEWS

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେହିପରି ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟଡ଼ାଉନ ଯୋଗୁ ସେସବୁ ସ୍ଥାନରେ ଆଜି ବନ୍ଦ ରହିଛି ଟିକାକରଣ । ଏବେ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ୨ରୁ ୩ ଦିନ ଭିତରେ ଶେଷ ହୋଇଯିବ । ଏବେ ୩ଲକ୍ଷ ୬୦ହଜାର ଡୋଜ୍ କୋଭିସିଲିଡ୍ ଓ ୨ଲକ୍ଷ ୩୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ରହିଛି । ଟିକା ଅଭାବ ସମ୍ପର୍କରେ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଯାହା ଆସୁଛି ତାହା ରାଜ୍ୟବ୍ୟାପୀ ପର୍ଯ୍ୟାପ୍ତ ହେଉ ନାହିଁ ।

Leave A Reply

Your email address will not be published.