ଭୁବନେଶ୍ବର : ମହାମାରୀ କରୋନା ପାଇଁ ଶକ୍ତ ହୋଇଛି ପ୍ରଶାସନ । ଆଜିଠୁ ସାରା ରାଜ୍ୟରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ, କଟକ-ଭୁବନେଶ୍ବରରେ ଲାଗୁ ହୋଇଛି ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ଭୁବନେଶ୍ବରରେ ୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ ବାରଣ କରିଛି ପୋଲିସ । ତେବେ ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ।
ନାଇଟ୍ କର୍ଫ୍ୟୁ ପାଇଁ ରାତି ୮ଟାରୁ ଲୋକଙ୍କୁ ସଚେତନ କରାଯିବ । ଏଥିସହ ଦୋକାନ ବଜାର ବନ୍ଦ କରିବାକୁ କୁହାଯିବ । ରାତି ୯ଟା ପରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗିବ । ଯଦି କୌଣସି ବ୍ୟକ୍ତି ଏହି ସମୟରେ ନିୟମ ନମାନି ବୁଲାବୁଲି କରୁଥିବେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ନାଇଟ୍ କର୍ଫ୍ୟୁ ସାଙ୍ଗକୁ ୧୪୪ ଧାରା ଲାଗୁ ହେଉଥିବାରୁ କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଯା’ଆସ ପାଇଁ ଅନୁମତି ମିଳିବ । ତେବେ ଏହି ସମୟରେ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ନାଇଟ୍ କର୍ଫ୍ୟୁ ପାଇଁ ଭୁବନେଶ୍ବରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାସହ ଚେକିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଯଦି କୌଣସି ଅମାନିଆ ନିୟମର ଉଲ୍ଲଂଘନ କରିନ୍ତି, ତେବେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
Comments are closed.