Latest Odisha News

BREAKING NEWS

ଜେଲରେ ଅଚାନକ ରେଡ୍: ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ

ଜୟପୁର(କୋରାପୁଟ): ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ଉପକାରାଗାରରେ ପୋଲିସର ଅତର୍କିତ ଚଢ଼ାଉ । ଆଜି ଭୋର ୪ଟା ବେଳେ ଅଚାନକ ଜେଲ ଭିତରେ ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସପି । ଚଢ଼ାଉ ବେଳେ ଜେଲ ଭିତରୁ ଟଙ୍କା, ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍, ତମାଖୁ ଓ ୩ଟି ଲୁହାରଡ୍‌ ଜବତ ହୋଇଛି ।

ପାଖାପାଖି ୩ଘଣ୍ଟା ଧରି ଜେଲ୍ ପରିସରରେ ଚଢ଼ାଉ ଚାଲିଥିଲା । କଡ଼ା ସୁରକ୍ଷା ଭିତରେ ଜେଲ ଭିତରକୁ କଏଦୀଙ୍କ ପାଖକୁ କେମିତି ମୋବାଇଲ୍ ଗଲା ସେନେଇ ତଦନ୍ତ କରାଯିବ ବୋଲି କୋରାପୁଟ ଏସପି କହିଛନ୍ତି । ଜେଲ ଭିତରେ ବଡ଼ଧରଣ ଗଞ୍ଜେଇ କାରବାର ନେଇ ପୋଲିସକୁ ସୂଚନା ମିଲିଥିଲା । ଏହାପରେ ଆରମ୍ଭ ହୋଇଥିଲା ଖୋଳତାଡ ।

Leave A Reply

Your email address will not be published.