Latest Odisha News

BREAKING NEWS

ସୁନା ଜିତିଲେ ଓଡିଆ ଝିଅ ଝିଲି

ଭୁବନେଶ୍ୱର: ତାସକେଂଟରେ ଅନୁଷ୍ଠିତ ଏସିଆନ୍ ଭାରୋତୋଳନ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଆ ଝିଅ ଝିଲି ଦଳବେହେରା । ସେ ୪୫ କେଜି ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୬୯ ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଭାର ଉଠାଇଥିଲେ । ୨ଟି ଯାକ ବିଭାଗରେ ସେ ମୋଟ ୧୫୭ କେଜି ଭାର ଉଠାଇ ବାଜି ମାରିଥିଲେ ।

ଅବଶ୍ୟ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ନ ଥିଲେ ମଧ୍ୟ ସେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ । ୨୦୧୯ରେ ସେ ମୋଟ ୧୬୨ କେଜି ଭାର ଉଠାଇଥିଲେ । ଫିଲିପାଇନ୍ସର ମେରି ଫ୍ଲୋର ୧୩୫ କେଜି ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ଗତ ବର୍ଷ କରୋନା ମହାମାରୀ ଯୋଗୁ ଏହି ଚାମ୍ପିୟନଶିପକୁ ସ୍ଥଗିତ ରଖା ଯାଇଥିଲା ।

Leave A Reply

Your email address will not be published.