Latest Odisha News

BREAKING NEWS

ପିପିଲିରେ ନିର୍ବାଚନ ରାଲି କରିବନି ବିଜେଡି, ନବୀନ କଲେ ଅପିଲ୍

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ଲାଗି ବିଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ଦିନ ମଧ୍ୟରେ ଅର୍ଥାତ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତା’ପରେ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ୨୯ ତାରିଖରେ ସରିବ । ମେ’୧୩ରେ ପିପିଲି ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । ପିପିଲି ଲାଗି ସାନି ଉପନିର୍ବାଚନ ତାରିଖ ଆସି ସାରିଥିବା ବେଳେ ବିଜେଡି କୌଣସି ନିର୍ବାଚନ ରାଲି କରିବ ନାହିଁ । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।

ନବୀନ ଟ୍ୱିଟ୍ କରି ଲେଖିଛନ୍ତି- ସାରା ଓଡ଼ିଶାକୁ ମୁଁ ମୋର ପରିବାର ଭାବେ । ବର୍ତ୍ତମାନ କୋଭିଡ୍ ଭଳି ଅସାଧାରଣ ପରିସ୍ଥିତି ଦେଇ ଆମେ ଗତି କରୁଛେ । ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ି ଚାଲିଛି । ଏସବୁକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପିପିଲି ଉପ ନିର୍ବାଚନରେ କୌଣସି ନିର୍ବାଚନ ରାଲି କିମ୍ବା ନିର୍ବାଚନ ପ୍ରଚାର ନ କରିବା ଲାଗି ନିଷ୍ପତ୍ତି ନେଇଛି ।

ବିଜେଡି ଏକ ଦାୟିତ୍ୱସମ୍ପନ୍ନ ଦଳ ହିସାବରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିବ ନାହିଁ । ଆମେ ଲୋକଙ୍କ ସେବା କରିବାକୁ ନିର୍ବାଚନ ଲଢ଼ୁଛୁ । ଯଦି ନିର୍ବାଚନ ପ୍ରଚାର ଲୋକଙ୍କୁ କ୍ଷତି ପହଞ୍ଚାଏ ଆମେ କରିବୁ ନାହିଁ । ମୁଁ ରାଜନୀତିକ ଦଳ ଓ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛି ସେ ନିର୍ବାଚନ ପ୍ରଚାରର ପଦ୍ଧତିକୁ ପୁଣି ଥରେ ବିଚାର କରନ୍ତୁ । ଭାରତ ପରିପକ୍ୱ ଗଣତନ୍ତ୍ର ରାଷ୍ଟ୍ର, ଆମେ ଏକାଠି ହୋଇ କିଛି ସମାଧାନ ବାହାର କରି ପାରିବା ବୋଲି ନବୀନ ଲେଖିଛନ୍ତି ।

Leave A Reply

Your email address will not be published.