Latest Odisha News

BREAKING NEWS

ଶୌଚ ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଦଳିଦେଲା ଦନ୍ତା

ବରଗଡ଼: ଗାଇସିଲଟ ବ୍ଲକ ରାଇସେଲପଦର ପଞ୍ଚାୟତ ଉମରଟ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀ ଦଳି ଦେଇଛି । ୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀଙ୍କୁ ବନ ବିଭାଗ ବୁଝାସୁଝା କରୁଛି ।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ, ଉମରଟ ଗାଁ ହାତୀ ଚଲାପଥରେ ଆସୁନଥିବା ଜଣାପଡ଼ିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.