Latest Odisha News

BREAKING NEWS

‘ଓଡ଼ିଶା କ୍ୟାନସର ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବାରଙ୍ଗ : କଟକ ଜିଲ୍ଲା ଅଧୀନ ବାରଙ୍ଗ ତହସିଲ ଅନ୍ତର୍ଗତ ରତଗଡ-ନୂଆସାହି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା କ୍ୟାନସର ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଶିଳାନ୍ୟାସ ଉତ୍ସବରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ୍ ଟାଟା ଉପସ୍ଥିତ ଥିଲେ।

ମୁମ୍ବାଇର ଟାଟା ମେମୋରିଅଲ୍ ହସ୍ପିଟାଲ୍ ଢାଞ୍ଚାରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ଓଡ଼ିଶା ସରକାର ଏହି ହସ୍ପିଟାଲ୍ ପ୍ରତିଷ୍ଠା କରିବେ। ସେଥିନିମନ୍ତେ ବାରଙ୍ଗର ରତାଗଡ଼ରେ ଏଥିପାଇଁ ୧୫ ଏକର ଜାଗା ଯୋଗାଇ ଦିଆଯାଇଛି।

ଆହୁରି ମଧ୍ୟ ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ଟାଟା ଟ୍ରଷ୍ଟ ପାଖରେ ରହିବ ବୋଲି ଜଣାପଡିଛି ।

ଏହାବ୍ୟତିତ ଏହି ହସ୍ପିଟାଲ ୫୦୦ ବେଡ୍ ବିଶିଷ୍ଟ ହେବାକୁ ଥିବାବେଳେ ଏଠାରେ ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍ ଥେରାପି ଓ କେମୋ ଥେରାପି ଭଳି ସବୁଧା ଏଠାରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.