Latest Odisha News

BREAKING NEWS

ଓଡ଼ିଶାରେ ରେମଡେସିଭିର୍ ମେଡିସିନର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ । ଏବେ ରେମଡେସିଭ୍ ମେଡିସିନର ବହୁତ ଆବଶ୍ୟକତା ରହୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ । କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହୁଛି । ପ୍ରତିଦିନ କିଛି କିଛି ଆସୁଛି । ଗତକାଲି ଆବଶ୍ୟକତା ଥିଲା ୨ହଜାର ଭାଏଲ୍ ରେମଡେସିଭିର୍ । ଆସିଲା କେବଳ ୯୨ ଭାଏଲ୍ ।

ଘରୋଇ ହସ୍ପିଟାଲକୁ ଡ୍ରଗ୍ସ କଣ୍ଟ୍ରୋଲର ରେମଡେସିଭିର ଦେଉଛନ୍ତି । ସରକରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ । କିନ୍ତୁ ଘରୋଇ ମେଡିସିନ୍ ଦୋକାନ ଏହା ରଖି ପାରିବେ ନାହିଁ । ଫାବିଫ୍ଲୁ ଅଭାବ ନାହିଁ । ଏହା ଘରୋଇ ମେଡିସିନ ଦୋକାନରେ ଉପଲବ୍ଧ ହେବ । ରାଜ୍ୟରେ ଫାବିଫ୍ଲୁ ବିକ୍ରି ପାଇଁ ୧୧ଶହ ୨୦ ଦୋକାନ ଚିହ୍ନଟ ହୋଇଛି । ଭୁବନେଶ୍ୱରରେ ଚିହ୍ନଟ ହୋଇଛି ୪୦ଟି ଦୋକାନ ।

Comments are closed.