Latest Odisha News

ଏଥର ଦିଲ୍ଲୀରେ ହେବ ଉପ-ରାଜ୍ୟପାଳଙ୍କ ରାଜୁତି

ନୂଆଦିଲ୍ଲୀ: ଗଭର୍ଣ୍ଣମେଂଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଆକ୍ଟ ଦିଲ୍ଲୀ ସଂଶୋଧାନ ବିଲ୍ ୨୦୨୧ ମାର୍ଚ୍ଚରେ ସଂସଦରେ ପାସ୍ ହୋଇଥିଲା । ଏହି ଏନସିଟି ବିଲ୍ ଗୃହମନ୍ତ୍ରଣାଳୟ ନୋଟିଫିକେଶନ ପରେ ୨୭ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ଏହା କାର୍ଯ୍ୟକାରୀ ହେବା ମାତ୍ରେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି ପାଇବ । ନିର୍ବାଚିତ ସରକାର ତୁଳନାରେ ଉପରାଜ୍ୟପାଳ ପ୍ରଭାବଶାଳୀ ହେବେ ।

ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତୁଳନାରେ ଅନୀଲ ବୈଜଲ କ୍ଷମତାଶାଳୀ ହେବେ । ଅନ୍ୟ ଅର୍ଥରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ପ୍ରତ୍ୟେକ ନିଷ୍ପତି ଉପରେ ଉପ ରାଜ୍ୟପାଳଙ୍କ ଅନୁମତି ଜରୁରୀ ହୋଇ ପଡିଛି । ଏହି ବିଧେୟକକୁ ଆପ୍ ଏବଂ କଂଗ୍ରେସ ବିରୋଧ କରିଥିଲେ ।

Comments are closed.