Latest Odisha News

BREAKING NEWS

ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ନିୟମ ମାନୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ଚିନ୍ତା ବଢ଼ିଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜଧାନୀବାୀ ସଚେତନ ହେଉନାହାନ୍ତି । ଯେଉଁଥିପାଇଁ ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏଭଳିସ୍ଥିତିରେ କଠୋର ହୋଇଛି ବିଏମସି । ଯଦି ଲୋକେ କୋଭିଡ ନିୟମ ନମାନନ୍ତି, ତେବେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଚେତାବନୀ ଦେଇଛି ବିଏମସି । ଏପରିକି ଖବୁଶୀଘ୍ର କଣ୍ଟେନମେଣ୍ଟ୍‌ ଜୋନ୍‌ ଆରମ୍ଭ କରାଯାଇପାରେ ପୋଲି କହିଛି ବିଏମସି ।

ସେହିପରି ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେହି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି । ଅଧିକ ସ୍କ୍ବାଡ ଗଠନ ସହ ଏନଫୋର୍ସମେଣ୍ଟକୁ କଡାକଡି କରାଯିବ ବୋଲି ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ତ୍ବରାନ୍ବିତ କରାଯାଇଛି । ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ପଜିଟିଭ୍ ସଂଖ୍ୟା ବଢ଼ିବା ପରେ ବି ଲୋକେ ସଚେତନ ହେଉନାହାନ୍ତି । ତେଣୁ ଖୁବଶୀଘ୍ର କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.