Latest Odisha News

କୋଭିଡ ପିଡୀତାଙ୍କ ପାଇଁ ସହାୟତା ରାଶି ଘୋଷଣା କଲା ରାଜସ୍ଥାନ ରୟାଲ୍ସ ଟିମ୍‌

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଏହା ଭାରତରେ କୋଭିଡ ପିଡୀତାଙ୍କୁ ଦିଆଯିବ । ତେବେ ରାଜସ୍ଥାନ ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି ।

ରାଜସ୍ଥାନ ରୟାଲ୍ସ ଟିମ୍ ଓ ବ୍ରିଟିଶ ଏସିଆନ୍ ଟ୍ରଷ୍ଟ ମିଳିତ ଭାବେ ଏହି କାର୍ଯ୍ୟ କରିବେ । ସୂଚନାଯୋଗ୍ୟ, ପୂର୍ବରୁ ପ୍ୟାଟ କମିନ୍ସ ୫୦ ହଜାର ଆମେରିକୀୟ ଡଲାର ଏବଂ ବ୍ରେଟ ଲୀ ୪୧ ଲକ୍ଷ ଟଙ୍କା ମୂଲ୍ୟର ବିଟ କଏନ ଘୋଷଣା କରିଥିଲେ ।

Comments are closed.