ଢେଙ୍କାନାଳ: ଭୟଙ୍କର ରୂପ ନେଉଛି କରୋନା । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଲୋକଙ୍କୁ ବିଭିନ୍ନ ସମୟରେ ସତର୍କ କରାଯାଉଛି । ଲକ୍ ଡାଉନ୍ ଓ ସଟଡାଉନ୍ ଯୋଗୁ ଜନଜୀବନ ବେଶ୍ ପ୍ରଭାବିତ ହୋଇପଡିଛି । ବିଭିନ୍ନ ମଠ ମନ୍ଦିର ଉପରେ କଟକଣା କରାଯାଇଥିବା ବେଳେ କିଛି ସ୍ଥାନରେ ସକାଳ ଧୂପ ପରେ ମନ୍ଦିର ବନ୍ଦ କରିଦିଆଯାଉଛି । କରୋନା କଟକଣା ଯୋଗୁ ମନ୍ଦିର ପରିସର ଖାଁ ଖାଁ ପଡିଛି । .. .
ଅନ୍ୟ ସ୍ଥାନ ଭଳି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଥିବା ମନ୍ଦିରଗୁଡିକ ଜନଶୂନ୍ୟ ହୋଇପଡିଛି । କାମାକ୍ଷାନଗରରେ ରହିଛି ବହୁ ପୁରାତନ ଶୈବପୀଠ । ସେଠାରେ ରହିଛି ବିରାଟ ଅଷ୍ଟଶମ୍ଭୁ ମନ୍ଦିର । ପ୍ରାକୃତିକ ମନୋରମ ପରିବେଶ ଭିତରେ ରହିଛି ଶିବ ଲିଙ୍ଗ । ଠାକୁରଙ୍କ ପ୍ରତି ଲେକାଙ୍କ ରହିଛି ଅଗାଢ ବିଶ୍ୱାସ ଆଉ ଏହି ବିଶ୍ୱାସ ଆଧାରରେ ପ୍ରତିଦିନ ଲାଗୁଥିଲା ଶହଶହ ଲୋକଙ୍କ ଭିଡ । ହେଲେ ଏବେ କରୋନା ଯୋଗୁ ମନ୍ଦିର ପରିସର ଖାଲି ପଡିଛି । ସେହିଭଳି ନିକଟରେ ରହିଛି ସ୍ୱପ୍ନେଶ୍ୱର ମନ୍ଦିର । ସେଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କର ଅନେକ ଭିଡ ଲାଗିଥାଏ ହେଲେ ଏବେ ମନ୍ଦିରକୁ ଶ୍ରଦ୍ଧାଳୁୁ ତ ଦୂର କଥା ମନ୍ଦିର ବି ବନ୍ଦ କରିଦିଆଯାଉଛି । କିଛି ସମୟ ପାଇଁ ନୀତିକ୍ରାନ୍ତି କରାଯାଇ ମନ୍ଦିର ବନ୍ଦ କରିଦିଆଯାଉଛି । କେବେ କରୋନା ସ୍ଥିତିରେ ସୁଧାର ଆସିବ ଆଉ ପୁନର୍ବାର ଦେବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିବ ସେ ନେଇ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ ମାନେ ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.