Latest Odisha News

କରୋନା ମୁକାବିଲା; ଭାରତ ପହଞ୍ଚିଲା ସ୍ପୁଟ୍‌ନିକ ଭି ଟିକା

ହାଇଦ୍ରାବାଦ: ରୁଷିଆର କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ପ୍ରଥମ ଡୋଜ ଶନିବାର ହାଇଦ୍ରାବାଦରେ ପହଞ୍ଚିଛି।

ଖବର ଅନୁଯାୟୀ, ପ୍ରଥମ ବ୍ୟାଚ୍‌ରେ ସ୍ପୁଟ୍‌ନିକ ଭିର ୧୫୦,୦୦୦ ଡୋଜ୍ ରହିଛି। ରୁଷିଆ ନିର୍ମିତ ଟିକା ର ଅନ୍ୟ ୩୦ ଲକ୍ଷ ଡୋଜ ଏହି ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ଏହି ଟିକା ହାଇଦ୍ରାବାଦସ୍ଥିତ ଡ. ରେଡ୍ଡୀଙ୍କ ଲାବୋରେଟୋରୀକୁ ପ୍ରଦାନ କରାଯିବ।

ରୁଷିଆର ଟିକା ପ୍ରସ୍ତୁତକାରୀମାନେ ଏକ ଟୁଇଟ୍‌ରେ କହିଛନ୍ତି ଯେ, “ଆସନ୍ତୁ ମିଳିତ ଭାବେ ଏହି ମହାମାରୀକୁ ପରାସ୍ତ କରିବା। ଆମେ ଏକାଠି ଶକ୍ତିଶାଳୀ। ”

Comments are closed.