Latest Odisha News

ମେ ୫ରୁ ଆନ୍ଧ୍ରପ୍ରଦେଶରେ ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କୋଭିଡ-୧୯ ମାମଲାରେ କ୍ରମାଗତ ବୃଦ୍ଧି ପରେ ଆନ୍ଧ୍ରପ୍ରଦେଶ ସରକାର ମେ ୫ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି।

ଆଜି ଅମରାବତୀର କ୍ୟାମ୍ପ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଛନ୍ତି। ଦୋକାନଗୁଡ଼ିକ କେବଳ ସକାଳ ୬ ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀ ସେବାଗୁଡିକ ପ୍ରଭାବିତ ହେବ ନାହିଁ। ଆନ୍ଧ୍ରପ୍ରଦେଶରେ ରବିବାର ଦିନ ୨୩,୯୨୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ମହାମାରୀ ଆରମ୍ଭରୁ ସର୍ବାଧିକ ଦୈନିକ ବୃଦ୍ଧି ପାଇଛି।

Leave A Reply

Your email address will not be published.