Latest Odisha News

BREAKING NEWS

ଡିଏମକେ ଜିତିବ ବୋଲି ମାନସିକ ରଖିଥିଲେ ମହିଳା, ଜିଭ କାଟି ପୂରଣ କଲେ ପ୍ରତିଜ୍ଞା

ଚେନ୍ନାଇ:ଡିଏମକେ ଜିତିବ ବୋଲି ତାମିଲନାଡୁର ଜଣେ ମହିଳା ମାନସିକ କରିଥିଲେ । ଏହା ପୂରଣ ହେବାରୁ ୩୨ ବର୍ଷୀୟା ବନୀତା ଜିଭ କାଟି ତାଙ୍କ ପ୍ରତିଜ୍ଞା ରଖିଛନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । କୋଭିଡ-୧୯ କଟକଣା ଯୋଗୁ ତାଙ୍କୁ ମୁଥାଲମନ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ଶେଷରେ ସେ ମନ୍ଦିର ବାହାରେ ଜିଭ କାଟି ଭଗବାନଙ୍କୁ ସମର୍ପଣ କରିଥିଲେ । ଜିଭ କାଟିବାର କିଛି ସମୟ ପରେ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସେ ସୁସ୍ଥ ଥିବା ଜଣାପଡିଛି ।

ଡିଏମକେ ୧୦ ବର୍ଷ ଧରି କ୍ଷମତାଠାରୁ ଦୂରେଇ ରହିଥିବାରୁ ସେ ବିଜୟ ପାଇଁ ମାନସିକ ରଖିଥିଲେ । ସୂଚନାଯୋଗ୍ୟ, ଡିଏମକେ ୨୩୪ ଆସନରୁ ୧୫୭ ସିଟରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

Comments are closed.