Latest Odisha News

BREAKING NEWS

ଆଇପିଏଲରେ କରୋନା ସଙ୍କଟ, ଚେନ୍ନାଇ ଟିମର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ଅହମ୍ମଦାବାଦ: କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ସୋମବାର କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଚିନ୍ତା ବଢ଼ିଛି ।

ଅବଶ୍ୟ ଏଥିରେ କୌଣସି ଖେଳାଳି ସଂକ୍ରମିତ ହୋଇ ନାହାନ୍ତି । ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥ, ଲକ୍ଷ୍ମୀପତି ବାଲାଜୀ ଓ ଜଣେ ସଫେଇ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Leave A Reply

Your email address will not be published.