Latest Odisha News

ସାହିତ୍ୟାୟନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଠ ସାହିତ୍ୟ ସଂସ୍ଥା ‘ସାହିତ୍ୟାୟନ’ ପକ୍ଷରୁ ମନୋଜ ଦାସଙ୍କ ସ୍ମୃତିରେ ‘ଅଦୂରବିଦେଶୀ ମନୋଜ’ ଶୀର୍ଷକରେ ଅନଲାଇନ ମାଧ୍ୟମରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।

ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରି ମନୋଜ ସାହିତ୍ୟ ଉପରେ ଅଧିକ ଗବେଷଣା ହେବା ଉପରେ ଗୁରୁତ୍ୱ ଦିଆଯିବା ପାଇଁ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ମନୋଜ ଦାସଙ୍କ ଆଧ୍ୟାତ୍ମିକତା ଓ ସାହିତ୍ୟ ସାଧନା ଉପରେ ଆଲୋକପାତ କରି କହିଥିଲେ ଯେ ମନୋଜ ଦାସ ଦୂରରେ ଥିଲେ ବି ସର୍ବଦା ନିକଟରେ ରହିଥିଲେ ଓ ଅରବିନ୍ଦପନ୍ଥୀଙ୍କ ମତରେ ଆତ୍ମା ଶରୀର ତ୍ୟାଗ କଲେ ମୁକ୍ତିର ମାର୍ଗ ଖୋଜେ ବୋଲି ମତ ପ୍ରକାଶ କରିଥିଲେ। ଡ. ପ୍ରମୋଦ ପରିଡ଼ା ମନୋଜ ଦାସଙ୍କ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ଉପସ୍ଥାପନ କରିଥିଲେ।

ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ୱେବିନାରରେ ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି, ଭୁବନେଶ୍ୱର ସାହିତ୍ୟ ସମାଜର ସଭାପତି ସୂର୍ଯ୍ୟ ମିଶ୍ର, କେଦାରନାଥ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପାଣି, ଜ୍ୟୋତ୍ସ୍ନା ତ୍ରିପାଠୀ, ଅନୁପ ଦାସ, କ୍ଷଣପ୍ରଭା ମହାନ୍ତି, ଜୟଶ୍ରୀ ପଣ୍ଡା, ଜେନାମଣି ସଞ୍ଜୀବ କୁମାର, ଭାଷା ବିଜ୍ଞାନୀ ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ଓ ଡାକ୍ତର ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ  ମନୋଜ ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.