Latest Odisha News

BREAKING NEWS

ଢେଙ୍କାନାଳରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ: ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଏହି ଘଟଣାକୁ ନେଇ ଢେଙ୍କାନାଳ ବସୁଲେଇ ଗାଁ ଚର୍ଚ୍ଚାକୁ ଆସିଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ଟାରୁ ଅଂଜନା ନିଖୋଜ ଥିଲେ । ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିଲାବେଳେ ଆଜି ସକାଳେ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରିଛି ।

ଅଂଜନାଙ୍କ ସ୍ୱାମୀ ୬ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ଅଂଜନା ଦୀର୍ଘଦିନ ଧରି ମାନସିକ ଚାପରେ ଥିଲେ । ତେବେ ଏକ ଇଲେକ୍ଟ୍ରିକ୍ ତାରରେ ଅଂଜନାଙ୍କ ମୃତଦେହ ଝୁଲିଥିବା ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଜାରି ରହିଛି ତଦନ୍ତକାରୀ ଟିମ୍‌ର ତନାଘନା ।

Leave A Reply

Your email address will not be published.