ବଲାଙ୍ଗୀର: କରୋନାରେ ଜଣାଶୁଣା ଲେଖକ ତଥା ପୂର୍ବତନ ପ୍ରଫେସର ଡ. ଆଜମ୍ବର ମଲ୍ଲଙ୍କ ପରଲୋକ। ଶୁକ୍ରବାର ଦିନ କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।
ସୂଚନାନୁସାରେ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଡ. ମଲ୍ଲଙ୍କ ଚିକିତ୍ସା ଚାଲିଥିଲା। ଚିକିତ୍ସିତ ହେଉଥିବା ସମୟରେ ଡ. ମଲ୍ଲଙ୍କ ମୃତ୍ୟୁ ଘଟିଛି। ସେ ଏପ୍ରିଲ୍ ୨୩ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ଭଦ୍ରକ, ବଲାଙ୍ଗୀର, ଟିଟିଲାଗଡ ଏବଂ ସଇଁତଳା କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିବା ପରେ ଡ. ମଲ୍ଲ ୨୦୦୭ରେ ଅବସର ଗ୍ରହଣ କରିଥିଲେ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଲ୍ଲ ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
ସେ ପ୍ରଥମ ଥର ପାଇଁ ଓଡିଶାରେ ଓଡିଆ ଆତ୍ମଜୀବନୀ ଉପରେ ଗବେଷଣା କରି ସମ୍ମାନିତ ହୋଇଥିଲେ। ଏହାସହିତ ସେ ଜଣେ ଭଲ ବକ୍ତା ମଧ୍ୟ ଥିଲେ।
Comments are closed.