Latest Odisha News

ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ଲଗାତର କିଛି ଦିନହେବ ତାତିରୁ ମିଳିଛି ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଲୋକେ । ଆଜି କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ, ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ ଖସିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୩.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୬, କଟକରେ ୩୫.୮, ପାରାଦୀପରେ ୩୨.୬, ଭୁବନେଶ୍ବରରେ ୩୭, ଗୋପାଳପୁରରେ ୩୪, ପୁରୀରେ ୩୩.୪, ଅନୁଗୁଳରେ ୩୮.୧, ବାରିପଦାରେ ୩୬.୨, ଝାରସୁଗୁଡ଼ାରେ ୩୬.୨, କେନ୍ଦୁଝରରେ ୩୪.୨, ସମ୍ବଲପୁରରେ ୩୬.୪, ସୁନ୍ଦରଗଡ଼ରେ ୩୮.୫, ହୀରାକୁଦରେ ୩୫.୬, ତାଳଚେରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୭.୨ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୮.୩, କୋରାପୁଟରେ ୩୨, ଫୁଲବାଣୀରେ ୩୭, ଟିଟିଲାଗଡ଼ରେ ୩୮, ସୋନପୁରରେ ୩୭.୮, ଦାରିଙ୍ଗବାଡିରେ ୩୧.୫, ନୟାଗଡ଼ରେ ୩୭.୭, ବୌଦ୍ଧରେ ୩୯.୫, ଛତ୍ରପୁରରେ ୩୪.୫, ପାରଳାଖେମୁଣ୍ଡିରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.