Latest Odisha News

BREAKING NEWS

ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ ହଜାର ଖସିଲା ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ହଜାର ୭୯୩ ପଜିଟିଭ୍ । ଏହି ସମୟରେ ରାଜ୍ୟରେ ୪୬ ହଜାର ୨୪୧ଟି କୋଭିଡ୍ ଟେଷ୍ଟ କରାଯାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୫ହଜାର ୫୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୨୫୯ ।

ଦୈନିକ କରୋନା ସଂକ୍ରମଣର ଟପ୍ ଥ୍ରୀ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ଖୋର୍ଦ୍ଧାରୁ ସର୍ବାଧିକ ୧୫ଶହ ୧୧, ସୁନ୍ଦରଗଡ଼ରୁ ୧ହଜାର ୧୮, କଟକରୁ ୬୪୧ ଓ ଅନୁଗୋଳ ଜିଲ୍ଲାରୁ ୫୨୬ ପଜିଟିଭ୍ ବାହାରିଛନ୍ତି । ୮ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହରୁ ପାଞ୍ଚ ଶହ ଭିତରେ ରହିଛି । ଭଦ୍ରକ, ମାଲକାନଗିରି ଓ କନ୍ଧମାଳକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଶହେରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଭଦ୍ରକ ଜିଲ୍ଲାରୁ ସବୁଠୁ କମ୍ ୫୨ ପଜିଟିଭ୍ ବାହାରିଛନ୍ତି ।

ଆଜି କରୋନା ପଜିଟିଭ୍ ହାର ରହିଛି ୨୧.୧୭ ପ୍ରତିଶତ । ଲକଡାଉନ୍ ପରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ଲକ୍ଷ ୫୪ହଜାର ୬୬୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୪ଲକ୍, ୫୭ହଜାର ୫୬୯ ଆକ୍ରାନ୍ତ । ଏବେ ୯୪ହଜାର ୮୨୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.