Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଓଡିଶାକୁ ମିଳିବ ଟୁରିଜିମ୍ ଆୱାର୍ଡ

ଭୁବନେଶ୍ୱର : ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ଲାଗି ଓଡ଼ିଶା ପର୍ଯ୍ୟଟନକୁ ମନୋନୀତ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ‘ଫେଷ୍ଟିଭାଲ’ କାଟେଗୋରୀରେ ଓଡ଼ିଶା ପର୍ଯ୍ୟଟନକୁ ପ୍ରଥମ ରନର୍ସଅପ୍ ପୁରସ୍କାର ପ୍ରଦାନ କରାଯିବ।

ଏହି ଆୱାର୍ଡ ଆସନ୍ତା ଫେବୃଆରି ୨୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ସମାରୋହରେ ପ୍ରଦାନ କରାଯିବ। ଆହୁରି ମଧ୍ୟ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ରାଜ୍ ଚେନଗପ୍ପା ସୂଚନା ଦେଇ କହିଛନ୍ତି, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଆଲଫନ୍ସ ଓଡ଼ିଶା ପର୍ଯ୍ୟଟନକୁ ଏହି ପୁରସ୍କାର ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

Comments are closed.