Latest Odisha News

BREAKING NEWS

ଏହି ରାଜ୍ୟରେ ମେ ୧୪ରୁ ୨୧ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ନାଗାଲାଣ୍ଡ: କୋଭିଡ-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ନାଗାଲାଣ୍ଡ ସରକାର ମଙ୍ଗଳବାର ଦିନ ମେ ୧୪ ରୁ ମେ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି।

କୃଷି କାର୍ଯ୍ୟକଳାପ ସମେତ ଅତ୍ୟାବଶ୍ୟକ ସେବାଗୁଡିକ ଲକ୍‌ଡାଉନ ସମୟରେ ଖୋଲା ରହିବ। ଏହାସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବିଭାଗ ମୁଖ୍ୟଙ୍କ ଦ୍ବାରା ଗଠିତ ଏକ ମୂଳ ଦଳ ସହିତ କାର୍ଯ୍ୟ ଜାରି ରଖିବେ ବୋଲି ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.