Latest Odisha News

BREAKING NEWS

ଫାଇବର ଜରିଆରେ ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ବ୍ୟାପକ ହେବ ଇଣ୍ଟରନେଟ ବ୍ୟବସ୍ଥା। ୨୦୨୧ ଶେଷ ସୁଦ୍ଧା ସବୁ ପଂଚାୟତରେ optic fibre ଜରିଆରେ ଇଣ୍ଟରନେଟ ସୁବିଧା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା।

ସୂଚନା ଅନୁଯାୟୀ, ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ୍ ଶିକ୍ଷାର ସମସ୍ୟା ବି କେତେକାଂଶରେ ଦୂର ହୋଇପାରିବ। ଏଥିପାଇଁ ଲୋକ ସଚେତନତା, ସାକ୍ଷରତା, ବହୁଳ ପ୍ରସାର ଆବଶ୍ୟକ। ଏହା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ମିଳିଲେ ବି କେବଳ ଅଫିସର ସ୍ତରରେ ସୀମିତ ରହିବ ନାହିଁ।

ତେବେ ଆଗମୀ ଦିନରେ ଘରୋଇ ଟେଲିକମ କମ୍ପାନୀଙ୍କୁ ମଧ୍ୟ ଏହି କାମ ଦିଆଯିବ ଯେଉଁମାନେ ସୁଲଭ ମୂଲ୍ୟରେ ସେବା ଯୋଗାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.