Latest Odisha News

BREAKING NEWS

ଦ୍ୱାରକାଧୀଶଙ୍କ ଭବ୍ୟ ମନ୍ଦିର

ଗୁଜୁରାଟ: ୪ ଧାମରୁ ମୁଖ୍ୟ ପଶ୍ଚିମର ଦ୍ୱାରକା ଧାମ । ଯେଉଁଠି ଲୀଳା କରନ୍ତି ବିଷ୍ଣୁ । ସମୁଦ୍ରକୂଳରେ ପ୍ରାଚୀନ ନଗରୀ । ଯେଉଁଠି ଲୁଚି ରହିଛି ରହସ୍ୟ । ହେଲେ ସେଠି ରହିଛି ଏକ ଭବ୍ୟ ମନ୍ଦିର । ଯେଉଁଠି ବିଷ୍ଣୁଙ୍କ ଅବତାର ପୂଜା ପାଉଛନ୍ତି । ସେହି ଦେବ ସ୍ଥାନରେ ରହିଛି ଲୋକଙ୍କର ଆସ୍ଥା ଓ ବିଶ୍ୱାସ । କାରଣ ଏହା ହେଉଛି କୃଷ୍ଣ ଧାମ । ଯେଉଁଠି ରୁହନ୍ତି ଦ୍ୱାରକାର ଭଗବାନ ଦ୍ୱାରିକାଧୀଶ । ପ୍ରାଚୀନ ସଭ୍ୟତାର ନିଚ୍ଛକ ନିଦର୍ଶନ । ଐତିହାସିକ ସହର ଦ୍ୱାରକା । ଗୋମତୀ ନଦୀ କୂଳରେ କୃଷ୍ଣଙ୍କର ମନ୍ଦିରରେ ଦ୍ୱାରକାଧୀଶ । ଏଠାରେ ଲୋକେ ଭଗବାନ ନୁହେଁ ରାଜା ଭଳି ପୂଜା କରନ୍ତି ।

ମନ୍ଦିର ସ୍ଥାପନା ନେଇ କୌଣସି ଇତିହାସ ନାହିଁ । ଦେଶ ସ୍ୱାଧୀନ ସମୟରେ ମନ୍ଦିର ନଷ୍ଟ ହୋଇଯାଇଥିଲା । ପରେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା । ଆଉ ତାପରେ ପୁଣି ୧୮୬୧ରେ ମରାମତି ହୋଇଥିଲା । ଗ୍ରାନାଇଟ୍ ଓ ସ୍ୟ।।ଣ୍ଡ ଷ୍ଟୋନ୍ ସହ ନାଗରା ବାସ୍ତୁ କଳା ଶୈଳୀରେ ତିଆରି ହୋଇଛି ମନ୍ଦିର । ଯେଉଁଠି ୬୦ ସ୍ତମ୍ଭ ସହିତ ଦେବୀ ଦେବତା ଓ ପଶୁପକ୍ଷୀଙ୍କ କଳାକୃତି ରହିଛି । ରାଜା ଭାବେ ପୂଜା ପାଉଛନ୍ତି ଦ୍ୱରିାକଧୀଶ । ମଣିଷ ଭାବେ ସମସ୍ତ କାମ ହୋଇଥାଏ । ୧୧ଥର ଭୋଗ ଓ ୪ଥର ଆଳତୀ ହୋଇଥାଏ । ରାତିରେ ଶୟନ ଆଳତୀ ପରେ ପହଡ ପଡିଥାଏ । ଭୋଗରେ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ବି ରହିଥାଏ ।

ଖାସ୍ କରି ଜନ୍ମାଷ୍ଟମୀ ଦିନ ବେଶ୍ ଭଳିକିଭଳି ବ୍ୟଞ୍ଜନ ମିଷ୍ଟାନ ତିଆରି କରାଯାଇଥାଏ । କିଛି ପରିବାର ଏହି କାମରେ ଲାଗିଛନ୍ତି ବର୍ଷ ବର୍ଷ ଧରି । ତା ସହିତ କୃଷ୍ଣ ଜନ୍ମାଷ୍ଟମୀରେ ହଜାର ହଜାର ଶ୍ରଦ୍‌ଧାଳୁ ବାଳଗୋପାଳ ଦର୍ଶନ ପାଇଁ ଯେମିତି ବ୍ୟାକୁଳ ହୋଇଉଠନ୍ତି ।
ସହରରେ ସବୁଠୁ ଉଚ୍ଚ ରହିଛି ମନ୍ଦିର । ଯେଉଁଠି ସୂର୍ଯ୍ୟଚନ୍ଦ୍ର ଚିହ୍ନ ନେଇ ଉଡ଼ୁଛି କୃଷ୍ଣ ଧ୍ୱଜା । ବିଶ୍ୱାସ ଯେଉଁ ପର୍ଯ୍ୟନ୍ତ ଧ୍ୱଜା ଉଡୁଥିବା ସେ ପର୍ଯ୍ୟନ୍ତ କୃଷଙ୍କର ଉପସ୍ଥିତି ପ୍ରତି ଆତ୍ମାରେ ବିରାଜମାନ କରୁଥିବ । . . . .

Leave A Reply

Your email address will not be published.