Latest Odisha News

BREAKING NEWS

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି ବାବୁଙ୍କ ପାଦ ପଡିନାହି । ବର୍ଷା ଦିନର କଥା ଛାଡନ୍ତୁ ଖରା ଦିନରେ ବି ଲୋକଙ୍କୁ ବିପଦ ଶଙ୍କୁଳ ଅବସ୍ଥରେ ନଈ ପାରି ହେବାକୁ ପଡୁଛି । ହେଲେ ସେଠାରେ ସରକାରଙ୍କ ମୌଳିକ ସୁବିଧା ଠିକ ଭାବେ ପହଞ୍ଚି ପାରୁନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ କଥା ପଚାରେ କିଏ ।

ନିଜର ପିଲା ଛୁଆଙ୍କୁ ସାଥିରେ ନେଇ ହାତରେ ଖଣ୍ଡିଏ ବାଡି ଧରି ପାଣି ଭିତରେ ଧାଡିରେ ଏପରି ବିପଦ ସଂଙ୍କୁଳ ଅବସ୍ତାରେ ନଈ ପାରି ହେଉଛନ୍ତି ଆଦିବାସି ମହିଳା ମାନେ । ଏକ ନଈ ପଡେ ସେଠାରେ ବାଉଁଶ ଓ ବଲ୍ଲାରେ ତିଆରି ହୋଇଥିବା ପୋଲ ଉପରେ ବିପଦ ଶଙ୍କୁଳ ଅବସ୍ତାରେ ପାରି ହେଉଛନ୍ତି ଏମାନେ । ଟିକିଏ ଅସାବଧାନତା ଏମାନଙ୍କ ଜିବନ ନେଇ ପାରେ ତଥାପି ନିଜ ଜିବନକୁ ବାଜି ଲଗାଇ ଆଗକୁ ମାଡି ଚାଲିଛନ୍ତି ସେମାନେ । ଖରା ଦିନେ ଏମିତି ହେଲେ ବର୍ଷା ଦିନେ କିନ୍ତୁ ଏଠାରେ ନଈ ପାରି ହେବା ସମ୍ଭବ ନୁହେ ପ୍ରାୟ ତିନି ମାସ କଣ୍ଟାଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହେ ।

କେବଳ ରାସ୍ତା ନୁହେଁ ପିଇବା ପାଣି ରୁ ନେଇ ବିଦ୍ୟୁତ୍ ସମସ୍ୟା ରହିଛି । ତ ସହିତ ବିପାଜ୍ୟସ୍ତ ହେଇ ପଡ଼ିଛି ଶିକ୍ଷା ବ୍ୟବସ୍ଥା । ଦିର୍ଘ ତିନି କିଲୋମିଟର ରାସ୍ତା ଗଲା ପରେ ଯାଇ ଝରଣା ଦୂଷିତ ପାଣ ପି ଲୋକେ ରୋଗାକ୍ରାନ୍ତ । ଆବାସ ଯୋଜନା ରୁ ନେଇ ବାର୍ଧକ୍ୟ ଭତ୍ତା ବି ଏଠି ସ୍ବପ୍ନ । ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହି ।

Leave A Reply

Your email address will not be published.