Latest Odisha News

BREAKING NEWS

ଗୋଟିଏ ଗାଁର ୧୪୧ ବାସିନ୍ଦାଙ୍କ ମଧ୍ୟରୁ ୫୧ କରୋନା ପଜିଟିଭ

ଉତ୍ତରାଖଣ୍ଡ: ସୂଚନାଯୋଗ୍ୟ ଶନିବାର ଉତ୍ତରାଖଣ୍ଡର ପଉରୀ ଜିଲ୍ଲାର ଏକ ଗ୍ରାମରେ ରହୁଥିବା ୧୪୧ ଜଣ ବାସିନ୍ଦାଙ୍କ ମଧ୍ୟରୁ ୫୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଗାଁକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ଏବଂ ଗ୍ରାମବାସୀଙ୍କୁ ପୃଥକ୍‌ ଭାବେ ରଖାଯାଇଛି।

ପଉରୀର ଏକେଶ୍ୱର ବ୍ଲକର କୁର୍ଖିଆଲ ଗାଁର ବାସିନ୍ଦାମାନଙ୍କଠାରେ କିଛି ସମୟ ଧରି ଜ୍ୱର ଭଳି କରୋନାର ଲକ୍ଷଣ ଦେଖାଯାଉଥିଲା। ସ୍ୱାସ୍ଥ୍ୟ ବିଭାଗ ଦଳ ୧୧ ମେରେ କରୋନା ପରୀକ୍ଷା ପାଇଁ ଗ୍ରାମବାସୀଙ୍କ ନମୁନା ନେଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ମୋଟ ୧୪୧ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୫୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

Comments are closed.